4-Days SANKIRTAN MAHAYAGYA By Braj Gopika Seva Mission

ନାମ ସଂକୀର୍ତ୍ତନ ମହାଯଜ୍ଞ

ଜଗଦଗୁରୁ ସ୍ବାମୀ ଶ୍ରୀ କୃପାଳୁଜୀ ମହାରାଜଙ୍କ ପ୍ରମୁଖ ପ୍ରଚାରିକା ତଥା ବ୍ରଜ ଗୋପିକା ସେବା ମିଶନର ସଂସ୍ଥାପିକା ପୂଜନୀୟା ରାସେଶ୍ୱରୀ ଦେବୀଜୀ ଆଜି ବିଶ୍ବ ମାନବସମାଜର ମାନସିକ ସ୍ଥିତିକୁ ସଂବେଦନଶୀଳ ହୃଦୟରେ ଅନୁଭବ କରିଛନ୍ତି ଏବଂ ସମସ୍ତ ଜନସମାଜର ମଂଗଳ କାମନା ନିମିତ୍ତ ଚତୁର୍ଦିବସୀୟ ‘ନାମ ସଂକୀର୍ତ୍ତନ ମହାଯଜ୍ଞ’ ର ଆୟୋଜନ କରିବାକୁ ଯାଉଛନ୍ତି।

ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବରେ ସମସ୍ତ କଷ୍ଟ ଓ ଦୁର୍ବଳତାକୁ ସମିଧା ବନାଇ ଏହି ‘ନାମ ସଂକୀର୍ତ୍ତନ ମହାଯଜ୍ଞ’ରେ ସ୍ବାହା କରିବା ତଥା ଆତ୍ମଶକ୍ତି ରୂପୀ ତେଜ ଓ ଆଧ୍ୟାତ୍ମିକତା ରୂପୀ ପ୍ରକାଶ ଦ୍ବାରା ଯୁକ୍ତ ହୋଇ ପ୍ରଭୁଙ୍କ ଚରଣରେ କାତର ପ୍ରାର୍ଥନା କରିବା ସେହି ସମସ୍ତ ବିଶ୍ବବାସୀଙ୍କ ନିମିତ୍ତ, ଯେଉଁମାନେ ଆଜି ଏହି ଭୟଙ୍କର ବ୍ଯାଧି ଦ୍ବାରା ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ରୂପରେ ପୀଡିତ ଅଛନ୍ତି। Visit : https://www.brajgopikasevamission.org/sankirtan-mahayagya

୧. କାର୍ଯ୍ୟକ୍ରମର ବିବରଣ:
ଦିନାଙ୍କ- ୨୦୨୧ ମଇ ୨ ତାରିଖରୁ ମଇ ୫ ତାରିଖ
୨. ତିନୋଟି ପର୍ଯ୍ୟାୟରେ ଏହି ସଂକୀର୍ତ୍ତନ ଅନୁଷ୍ଠିତ ହେବ –

  • ପ୍ରଥମ ପର୍ଯ୍ୟାୟ – ପ୍ରାତଃ ୫.୧୫ରୁ ପ୍ରାତଃ ୭.୦୦ଟା
  • ଦ୍ବିତୀୟ ପର୍ଯ୍ୟାୟ – ପୂର୍ବାହ୍ନ ୯.୦୦ଟାରୁ ପୂର୍ବାହ୍ନ ୧୧.୦୦ଟା
  • ଅନ୍ତିମ ପର୍ଯ୍ୟାୟ – ଅପରାହ୍ନ ୪.୩୦ଟାରୁ ସନ୍ଧ୍ଯା ୭.୦୦ଟା
    ୩. ସର୍ବାଧିକ ମହତ୍ବପୂର୍ଣ୍ଣ ସୂଚନା:
    ଏହି ନାମ ସଂକୀର୍ତ୍ତନ ମହାଯଜ୍ଞ’ରେ ପୂଜନୀୟା ରାସେଶ୍ୱରୀ ଦେବୀଜୀ ଶ୍ରୀ ରାମଚରିତର ରହସ୍ୟୋଦ୍ଘାଟନ କରିବେ।
    ୪. ଶ୍ରୀ ରାମଚରିତ ରହସ୍ୟ ପ୍ରକାଶର ସମୟ – ସନ୍ଧ୍ଯା ୬.୦୦ଟାରୁ ସନ୍ଧ୍ଯା ୭.୩୦ ପର୍ଯ୍ୟନ୍ତ
    ୫. କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାସେଶ୍ୱରୀ ଦେବୀଜୀଙ୍କର YouTube ଚ୍ୟାନେଲରେ କରାଯିବ। ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କାର୍ଯ୍ୟକ୍ରମର ସମସ୍ତ ସୂଚନା ଦିଆଯାଇଅଛି। https://www.youtube.com/c/RaseshwariDeviJi/?sub_confirmation=1
    ୬. ଏହା ପୂର୍ଣ୍ଣତଃ ନିଶୁଳ୍କ ଅଟେ। (No Registration Fees)
    ୭. ଆପଣ ସମସ୍ତଙ୍କୁ କରବଦ୍ଧ ପ୍ରାର୍ଥନା ଯେ ଏହି ମହାଯଜ୍ଞରେ ଅଧିକରୁ ଅଧିକ ସଂଖ୍ଯାରେ ଯୋଗଦାନ କରନ୍ତୁ ଏବଂ ଏହି ମହାମାରୀରେ ପୀଡିତ ସକଳ ଜୀବମାନଙ୍କୁ ଆତ୍ମଶକ୍ତି ଦେଇ କୃପା କରିବା ନିମିତ୍ତ ପ୍ରଭୁଙ୍କ ନିକଟରେ ମିଳିତ କଣ୍ଠରେ ଆର୍ତ୍ତ ପ୍ରାର୍ଥନା କରନ୍ତୁ।
    ୮. ଆପଣ ସ୍ବୟଂ ଭାଗ ନେବା ସହିତ ଅଧିକରୁ ଅଧିକ ସଂଖ୍ଯାରେ ଅନ୍ୟମାନଙ୍କୁ ପ୍ରେରିତ କରନ୍ତୁ, ଯାହା ଫଳରେ ନାମ ସଂକୀର୍ତ୍ତନର କରୁଣ ପ୍ରାର୍ଥନା ସମଗ୍ର ବିଶ୍ବର ପ୍ରତ୍ୟେକ ଜନତାଙ୍କ ନିକଟରେ ପହଞ୍ଚି ପାରିବ ଏବଂ ସମସ୍ତେ ଏହାର ଲାଭ ନେଇପାରିବେ।