୩୦ ଜୁନ୍ ସୁଦ୍ଧା କରି ନିଅନ୍ତୁ ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନଚେତ୍ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା

୩୦ ଜୁନ୍ ସୁଦ୍ଧା କରି ନିଅନ୍ତୁ ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନଚେତ୍ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା, ନିଷ୍କ୍ରିୟ ହୋଇଯିବ ପ୍ୟାନ୍ କାର୍ଡ।

ଆଧାର-ପ୍ୟାନ କରନ୍ତୁ ଲିଙ୍କ୍

୩୦ ଜୁନ୍ ୨୦୨୧ ସୁଦ୍ଧା ଆପଣଙ୍କୁ ଆଧାର ସହିତ ପ୍ୟାନ୍ କାର୍ଡକୁ ଲିଙ୍କ୍ କରିବାକୁ ପଡିବ ନଚେତ ୧୦୦୦ ଟଙ୍କାର ଜୋରିମାନା ଦେବା ସହ ଆପଣଙ୍କ ପ୍ୟାନ କାର୍ଡକୁ ନିଷ୍କ୍ରିୟ କରି ଦିଆଯିବାର ସମ୍ଭାବନା ରହିଛି। ବ୍ୟାଙ୍କିଙ୍ଗ୍ ତଥା ଆର୍ଥିକ ସମ୍ବନ୍ଧୀୟ କାର୍ଯ୍ୟକଳାପ କରିବାକୁ ଅସମର୍ଥ ହେବେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପ୍ୟାନ୍ ଆକ୍ଟିଭ ନଥାଏ, ତେବେ Tax Deducted at Source (TDS) ମଧ୍ୟ ୨୦% ହାରରେ କଟାଯିବ।

୩୦ ଜୁନ୍ ସୁଦ୍ଧା ଦାଖଲ କରନ୍ତୁ ଆୟକର ରିଟର୍ଣ୍ଣ ଫାଇଲ।

ଆୟକର ରିଟର୍ଣ୍ଣ ଦାଖଲ ନକରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସରକାର ଆୟକର ପୈଠ ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି। ନୂତନ TDS ନିୟମ ଏବଂ ଆୟକର ଅଧିନିୟମ ୧୯୬୧ର ଧାରା ୨୦୬ କଖ ଅନୁଯାୟୀ, ଆୟକର ଦାଖଲ ନକରିଥିବା ବ୍ୟକ୍ତିଙ୍କୁ ଦୁଇଗୁଣ TDS(Tax Deducted at Source) ଏବଂ TCS(Tax collected at source) ଦେବାକୁ ପଡିପାରେ। ୧ ଜୁଲାଇ ୨୦୨୧ ଠାରୁ, ପେନାଲ TDS ଏବଂ TCS ହାର ୧୦-୨୦% ହେବ ଯାହା ସାଧାରଣତ ୫-୧୦% ଥିଲା।

ପିଏମ କିଷାନ ପାଇଁ ପଞ୍ଜିକରଣ।

ଯଦି ଆପଣ ଜଣେ କୃଷକ ଏବଂ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଜୁନ୍ ୩୦ ପର୍ଯ୍ୟନ୍ତ ସୁଯୋଗ ରହିଛି। ଏହି ଯୋଜନାରେ ପଞ୍ଜୀକୃତ କରିନିଅନ୍ତୁ। ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଚଳିତ ବର୍ଷ ଦୁଇଟି କିସ୍ତି ମାଧମରେ ଆକାଉଣ୍ଟକୁ ଟଙ୍କା ପଠାଯିବ। ଜୁନ୍ କିମ୍ବା ଜୁଲାଇରେ ପ୍ରଥମ କିସ୍ତି ଆଧାରରେ ୨୦୦୦ ଟଙ୍କା, ଏହା ପରେ ଅଗଷ୍ଟରେ ୨୦୦୦ ଟଙ୍କାର ଦ୍ଵିତୀୟ କିସ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଠାଯିବ। କିନ୍ତୁ ଏଥିପାଇଁ ଆପଣଙ୍କର ଆବେଦନକୁ ମଞ୍ଜୁରୀ ମିଳିବା ଆବଶ୍ୟକ।

Read More: Odisha Police Recruitment 2021

ଏସବିଆଇ, ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ମାନଙ୍କର ନୂତନ FD(Fixed deposit) ସ୍କିମ।

ଦେଶର ଅଗ୍ରଣୀ ବ୍ୟାଙ୍କ ଏସବିଆଇ,ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର FD ସ୍କିମ୍ ଆରମ୍ଭ କରିଛି, ଯାହାର ଅବଧି ୩୦ ଜୁନ୍ ୨୦୨୧ ରେ ଶେଷ ହେବାକୁ ଯାଉଛି। ଏହି ସ୍କିମରେ ବରିଷ୍ଠ ନାଗରିକମାନଙ୍କୁ ଅପେକ୍ଷାକୃତ ଅଧିକ ସୁଧ ମିଳିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଜଣେ ବରିଷ୍ଠ ନାଗରିକ ଏବଂ FD (Fixed Deposit) ମାଧ୍ୟମରେ ଅପେକ୍ଷାକୃତ ଅଧିକ ସୁଧ ଚାହୁଁଛନ୍ତି, ତେବେ ଆପଣ ଏହି ମାସରେ ଏଥିରେ ବିନିଯୋଗ କରିପାରିବେ।

୧ ଜୁଲାଇରୁ IFSC କୋଡରେ ହେବ ପରିବର୍ତ୍ତନ।

ଯଦି ଆପଣ ସିଣ୍ଡିକେଟ୍ ବ୍ୟାଙ୍କର ଆକାଉଣ୍ଟ୍ ଧାରକ ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏହି ବ୍ୟାଙ୍କ ଜୁଲାଇ ୧ ରୁ IFSC କୋଡରେ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କର ନୂତନ IFSC କୋଡ଼ ୧ ଜୁଲାଇ ୨୦୨୧ ରୁ ଲାଗୁ ହେବ। ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ବ୍ୟାଙ୍କ ଶାଖା ପାଇଁ ନୂତନ IFSC କୋଡ୍ ନେବାକୁ ପଡିବ। ସୂଚନା ଥାଉ କି, ସିଣ୍ଡିକେଟ୍ ବ୍ୟାଙ୍କକୁ ଘରୋଇକରଣ ନୀତି ଅନୁସାରେ ୧ ଏପ୍ରିଲ ୨୦୨୦ ଠାରୁ କାନାରା ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି।

Click Here: 10 Myths of Female Solo Travelers That Need To Be Debunked